LPG ଗ୍ୟାସ୍ ସିଲିଣ୍ଡର ଏପରି ବୁକ୍ କରିବେ ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଶସ୍ତା
Advertisement
trendingNow1800702

LPG ଗ୍ୟାସ୍ ସିଲିଣ୍ଡର ଏପରି ବୁକ୍ କରିବେ ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଶସ୍ତା

ଦିନକୁ ଦିନ ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ଯଦି ଆପଣ LPG ସିଲିଣ୍ଡର ବୁକିଂରେ ୫୦୦ ଟଙ୍କାର କ୍ୟାସବ୍ୟାକ୍ ପାଆନ୍ତି, ତେବେ ଏହା ବହୁତ ଭଲ କଥା! ଏପରି ଏକ ଉପାୟ ଅଛି ଯେଉଁଥିରେ ଗ୍ୟାସ୍ ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିପାରିବ ।

LPG ଗ୍ୟାସ୍ ସିଲିଣ୍ଡର ଏପରି ବୁକ୍ କରିବେ ତ ୫୦୦ ଟଙ୍କା ପର୍ଯ୍ୟନ୍ତ ମିଳିବ ଶସ୍ତା

ନୂଆଦିଲ୍ଲୀ: LPG Cylinder Cashback Offer: ପେମେଣ୍ଟ ଆପ୍ ପେଟିଏମ୍ (Paytm) ମାଧ୍ୟମରେ ଡିସେମ୍ବର ୩୧, ୨୦୨୦ ସୁଦ୍ଧା ଆପଣ ଆପଣଙ୍କର LPG ସିଲିଣ୍ଡର ବୁକ୍ କରିପାରିବେ ଏବଂ 500 ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । ଭରତ ଗ୍ୟାସ୍ (Bharat Gas), ଏଚପି ଗ୍ୟାସ୍ (HP Gas) ଏବଂ ଇଣ୍ଡେନ  (Indane) ର ଗ୍ରାହକମାନେ ପେଟିଏମ୍ ର ଏହି ସୁବିଧା ପାଇପାରିବେ ।

ଅଧିକ ପଢ଼ନ୍ତୁ:-ନୂଆ ବର୍ଷ ପୂର୍ବରୁ ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କୁ ମିଳିଲା ବଡ ଉପହାର

ଦିନକୁ ଦିନ ବଢୁଥିବା ଦରଦାର ମଧ୍ୟରେ ଯଦି ଆପଣ LPG ସିଲିଣ୍ଡର ବୁକିଂରେ ୫୦୦ ଟଙ୍କାର କ୍ୟାସବ୍ୟାକ୍ ପାଆନ୍ତି, ତେବେ ଏହା ବହୁତ ଭଲ କଥା! ଏପରି ଏକ ଉପାୟ ଅଛି ଯେଉଁଥିରେ ଗ୍ୟାସ୍ ବୁକିଂ ଉପରେ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମିଳିପାରିବ । ବିନା ସବସିଡିଯୁକ୍ତ ରନ୍ଧନ ଗ୍ୟାସ ସିଲିଣ୍ଡର ଉପରେ କିପରି ରିହାତି ମିଳିବ ଆସନ୍ତୁ ଜାଣିବା...

ଯଦି ଆପଣଙ୍କର LPG ସିଲିଣ୍ଡର ଶେଷ ହୋଇଯାଇଛି ଏବଂ ଆପଣ ବାହାରକୁ ଯିବାକୁ ଚାହୁଁନାହାଁନ୍ତି, ତେବେ ଆପଣ ପେଟିଏମ୍ ଅନ୍ଲାଇନ୍ ପେମେଣ୍ଟ ଆପ୍ ମାଧ୍ୟମରେ LPG ସିଲିଣ୍ଡର ବୁକ୍ କରିପାରିବେ । ପେଟିଏମରୁ ଏଲପିଜି ସିଲିଣ୍ଡର ବୁକିଂ ପାଇଁ ଆପଣ ୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ମଧ୍ୟ ପାଇବେ । ପ୍ରଥମ ଥର ପାଇଁ ପେଟିଏମରୁ ଏଲପିଜି ସିଲିଣ୍ଡର ବୁକ୍ କରୁଥିବା ଉପଭୋକ୍ତାଙ୍କୁ ଏହି ପରିମାଣର କ୍ୟାସବ୍ୟାକ୍ ଦିଆଯିବ । ଯଦି ଆପଣ ପେଟିଏମରୁ ଗୋଟିଏ ସିଲିଣ୍ଡର ବୁକ୍ କରିସାରିଛନ୍ତି, ତେବେ ଆପଣଙ୍କୁ କ୍ୟାସବ୍ୟାକ୍ ଅଫର ମିଳିବ ନାହିଁ ।

ଏହି ପେଟିଏମ୍ ଅଫରର ବ୍ୟବହାର ଗ୍ରାହକ ଅଫର ଅବଧି ସମୟରେ କେବଳ ଥରେ ବ୍ୟବହାର କରିପାରିବେ । ଏହି ଅଫରର ଲାଭ କେବଳ ସେତେବେଳେ ଦିଆଯିବ ଯେତେବେଳେ ଅର୍ଡରର ସର୍ବନିମ୍ନ ପରିମାଣ ୫୦୦ ଟଙ୍କା ହେବ । ଏହି ଅଫର ୩୧ ଡିସେମ୍ବର ୨୦୨୦ ପର୍ଯ୍ୟନ୍ତ ବୈଧ ଅଟେ ।

Trending news